କେତେ ସୁମଧୁର ପକୃତି ଟି
ଶସ୍ଯ ଭରା ସ୍ୟାମଲ
କେତେ ସୁମଧୁର ପରିବାର ରହୁ
ଥିଲେ ଏକ ହୋଇ ମେଲ।
କେତେ ସୁମଧୁର ସେ ବୋଉଡାକ
ପ୍ରାଣ ଧନ ବିଶିକେଶନ
କେତେ ସୁମଧୁର ଖରା ଦିନ
ସେଇ ନଈକୂଳ ପବନ୍ ।
କେତେ ସୁମଧୁର ଅଜା ଆଇ
ବଙ୍କାଳିଆ କଥାଟି
କେତେ ସୁମଧୁର କଥା ସଂଗେ
ଥିଲେ ପୁଣି ଲଥାଟି ।
କେତେ ସୁମଧୁର ଅଶିଣର
ବିନ୍ଦୁ ବିନ୍ଦୁ କାକର ଜଳ
କେତେ ସୁମଧୁର ପୁଷ ଖରା
ଆସେ ଯେବେ ସକାଳ।
କେତେ ସୁମଧୁର ପରିବେଶ
ହୋଇ ଥିଲେ ସୁତରା
କେତେ ସୁମଧୁର ସାଙ୍ଗ ସାଥି
ଦେଖି ଗଲେ ଯାତରା ।
କେତେ ସୁମଧୁର ପରୀକ୍ଷାରେ
ହୋଇଥିଲେ ପ୍ରଥମ
କେତେ ସୁମଧୁର ଦେଶ ଦଶ
ପାଇଁ ଦେଲେ ବଳିଦାନ।
ଆଶିଷ ଜ୍ୟୋତିଷ
ଯୁବାଖୋଲ ,ବରଗଡ
ମୋ-୭୬୮୩୮୭୦୬୪


0 Comments